ନବନିଯୁକ୍ତ ୩ ହଜାର ୭୧୪ ଟିଜିଟି ଓ ୪୫୨ ପିଇଟିଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ପ୍ରକ୍ରିୟାରେ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ଶିକ୍ଷକ ନିଯୁକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି ରାଜ୍ୟ ସରକାର। ଗୁଣାତ୍ମକ ଶିକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କ ଆବଶ୍ୟକ ଥିବାରୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛନ୍ତି ରାଜ୍ୟ ସରକାର। ଏ କ୍ରମରେ ନୂଆ ଭାବେ ନିଯୁକ୍ତି ପାଇଥିବା ୩ ହଜାର ୭୧୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ -ଟିଜିଟି ଓ ୪୫୨ ଜଣ ଶାରୀରିକ ଶିକ୍ଷା ଶିକ୍ଷକ- ପିଇଟିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ଦିଗଦର୍ଶନ ଦେବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟରେ ଶିକ୍ଷକ ପଦ ପୂରଣ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଚଳିତବର୍ଷ ଆରମ୍ଭ ହୋଇଛି ଖୁବ୍ ଶୀଘ୍ର ସେମାନଙ୍କୁ ନିଯୁକ୍ତି ଦିଆଯିବ । ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ବ୍ୟବସ୍ଥା ଦୃଢ଼ ପାଇଁ ୩ ହଜାର ୩୭୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

Comments are closed.