ରାଉରକେଲାରେ ଝାଡ଼ାବାନ୍ତି ଜନିତ ସ୍ଥିତିର ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ 

ରାଉରକେଲା – ରାଉରକେଲାରେ ଝାଡ଼ାବାନ୍ତି ରୋଗ ଯୋଗୁଁ ସୃଷ୍ଟି ହୋଇଛି ସ୍ୱାସ୍ଥ୍ୟ ସଙ୍କଟ । ହସପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଉରକେଲା ଜେନେରାଲ ହସପିଟାଲରେ ପାଖାପାଖି ୨୦୦ ଶହ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୪୯। ଘରୋଇ ହସ୍ପିଟାଲରେ ପ୍ରାୟ ଦେଢ ଶହରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆରଜିଏଚରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେମାନେ ବଭିନ୍ନ ୱାର୍ଡରେ ଚିକିତ୍ସିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଠିକ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି କି ନାହିଁ ପଚାରିଥିଲେ। ଏହାପରେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି, ଏଡିଏମ ଡାକ୍ତର ଶୁଭଙ୍କର ମହାପାତ୍ର, ଆରଜିଏଚ ନିର୍ଦ୍ଦେଶକ ଡାକ୍ତର ଡି ବି ଦାସ, ସିଡିଏମଓ ଡାକ୍ତର ଧରଣୀ ରଞ୍ଜନ ଶତପଥି ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

Comments are closed.