ଲାଞ୍ଚ ନେବାବେଳେ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ସୁନ୍ଦରଗଡ଼ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । ରଞ୍ଜନ କୁମାର ଦାସ । ବଡ଼ଗାଁ ଇଲେକ୍ଟ୍ରିକାଲ ସବ ଡିଭିଜନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସଙ୍କୁ ଧରିଛି ଭିଜିଲାନ୍ସ। ଆଉଟସୋର୍ସିଂ ଭିତ୍ତିରେ ଇଲେକ୍ଟ୍ରିକାଲ୍ ହେଲପର ଭାବେ ନିଯୁକ୍ତି ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ । ଏପରିକି ଲାଞ୍ଚ ନ ଦେଲେ ଆଉ ଜଣଙ୍କୁ ନିଯୁକ୍ତି ଦେବାକୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ । ଏ ନେଇ ବ୍ୟକ୍ତି ଜଣକ ଅଭିଯୋଗ କରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଆଜି ଅଭିଯୋଗକାରୀଙ୍କଠାରୁ ଟଙ୍କା ନେବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ଯନ୍ତ୍ରୀ ରଞ୍ଜନ କୁମାରଙ୍କୁ ମାଡ଼ି ବସିଥିଲା । ଏହାପରେ ତାଙ୍କ କାର୍ଯ୍ୟାଳୟ, କ୍ବାର୍ଟର ଓ ରାଉରକେଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଥିବା ସୂଚନା ମିଳିଛି।

Comments are closed.