ପୁଣି ନୂଆ ରୂପରେ ଡରାଉଛି କରୋନା, ସକ୍ରିୟ ରୋଗୀ ସଂଖ୍ୟା ୨୬୬୯କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ପୁଣି ନୂଆ ରୂପରେ ଡରାଇବାରେ ଲାଗିଛି । ଦେଶରେ କରୋନାର ନୂଆ ସବ୍ ଭାରିଆଣ୍ଟ୍ ‘ଜେଏନ୍.୧’ ଚିନ୍ତାର କାରଣ ହୋଇଛି। ଏପର୍ଯ୍ୟନ୍ତ ଏହି ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ୨୧ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫୮ ନୂଆ କରୋନା ମାମଲ ମିଳିଛି । ବୁଧବାର ୬୧୪ ମାମଲା ରିପୋର୍ଟ ହୋଇଥିଲା, ଯାହା ମେ ୨୧ପରେ ଥିଲା ସର୍ବାଧିକ |

ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨,୬୬୯କୁ ବୃଦ୍ଧି ପାଇଛି। ପ୍ରଥମ ଜେଏନ୍.୧ ରୋଗୀ କେରଳରେ ମିଳିଥିଲା | ଏହାଛଡ଼ା କରୋନା ଯୋଗୁଁ କେରଳରେ ଆଉ ତିନି ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସଦ୍ୟତମ ମାମଲା କେରଳ, କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ ଏବଂ ମହାରାଷ୍ଟ୍ରରୁ ଆସିଛି।

Comments are closed.