ଘରେ ପଶି ଅବସରପ୍ରାପ୍ତ ସିଡିଏମଓଙ୍କୁ ଛୁରାମାଡ

ଭଦ୍ରକ -ଯାଜପୁରର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ- ସିଡିଏମଓ ରଘୁନାଥ ପାଢଙ୍କୁ ଛୁରା ମାଡ ହୋଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି।ଭଦ୍ରକ ଜିଲ୍ଲାର ଟାଉନଥାନା ଅଧିନସ୍ଥ ଚାରିଘରିଆରେ ଘଟିଛି ଏହି ଘଟଣା । ଆଜି ଭୋରରେ ଅବସରପ୍ରାପ୍ତ ସିଡିଏମଓଙ୍କ ଘରେ ପଶି କିଛି ଦୁ‍ର୍ବୃତ୍ତ ଛୁରା ମାଡ କରିଥିବା ଜଣାଯାଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ରଘୁନାଥଙ୍କୁ ମାଡ କରିଥିବା ସୂଚନା ରହିଛି। ରଘୁନାଥଙ୍କ ଶରୀରରେ ୭ରୁ ଅଧିକ ସ୍ଥାନରେ ଛୁରାମାଡ଼ ହୋଇଛି । ଆକ୍ରମଣ ବେଳେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ହିଁ ଥିଲେ। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.