ଶୀତ ଲହରୀ : ୧୬ଟି ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ ତଳେ ପାରଦ , ଜି. ଉଦୟଗିରିରେ ୫ ତଳକୁ ଖସିଲା

ଭୁବନେଶ୍ୱର – ରାଜ୍ୟରେ ଶୀତ ପ୍ରକୋପ ଆଜିଠାରୁ ହ୍ରାସ ପାଇବା ସମ୍ଭାବନା ରହିଛି। ରାତି ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରବଳ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ କିଛି ଜିଲ୍ଲାରେ ଅସହ୍ୟ ଜାଡ ଜାରି ରହିଛି। କନ୍ଧମାଳ, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ରାଜ୍ୟର ୧୬ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।ଏଠାରେ ରାତି ତାପମାତ୍ରା ୪ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେମିଳିଗୁଡାରେ ୫.୬ ଡ଼ିଗ୍ରୀ, ଫୁଲବାଣୀରେ ୬ ଡ଼ିଗ୍ରୀ,କିରେଇରେ ୭.୧ ଡ଼ିଗ୍ରୀ,କୋରାପୁଟରେ ୭.୭ ଡ଼ିଗ୍ରୀ,କେନ୍ଦୁଝରରେ ୭.୮ ଡ଼ିଗ୍ରୀ,ଦାରିଙ୍ଗବାଡିରେ ୮ ଡ଼ିଗ୍ରୀ,

ଅନୁଗୁଳରେ ୮.୬ ଡ଼ିଗ୍ରୀ, ଭବାନୀପାଟଣାରେ ୮.୬ ଡ଼ିଗ୍ରୀ,
ରାଉରକେଲାରେ ୮.୭ ଡ଼ିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ କରାଯାଇଛି।

ସୁନ୍ଦରଗଡରେ ରାତି ତାପମାତ୍ରା ୯, ନବରଙ୍ଗପୁରରେ ୯, ସୋନପୁରରେ ୯.୩,ଝାରସୁଗୁଡାରେ ୯.୪,ରାଣୀତାଲରେ ୯.୪ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ସେଲସିୟସ ଥିଲା ।

Comments are closed.