ମୋକ୍ଷଦା ଏକାଦଶୀ ବ୍ରତ ଦ୍ବାରା ମିଳିଥାଏ ମୋକ୍ଷ, ଦୂର ହୁଏ ସବୁ ଦୁଃଖ କଷ୍ଟ 

ମୋକ୍ଷଦା ଏକାଦଶୀ ବର୍ଷର ଶେଷରେ ପଡିଥାଏ । ମୋକ୍ଷଦାୟିନୀ ଏକାଦଶୀ ଅଥବା ମୋକ୍ଷଦା ଏକାଦଶୀ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଏକାଦଶୀକୁ କୁହାଯାଇଥାଏ। ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀକୁ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ କୁହଯାଇଛି ଯେ ଏହି ଏକାଦଶୀ ବଡ ବଡ ଘାତକକୁ ନାଶ କରିଥାଏ । ଏହି ଦିନ ଯେଉଁମାନେ ଶ୍ରଦ୍ଧା ଏବଂ ବିଧିବିଧାନ ଅନୁସାରେ ବ୍ରତ କରିଥାନ୍ତି ତେବେ ସେମାନ ଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ମୋକ୍ଷଦା ଏକାଦଶୀ ପୂଜା ବିଧି :

ସକାଳୁ ସ୍ନାନ ଆଦି ଶେଷ କରି ପୂଜା ସ୍ଥଳ କିମ୍ବା ମନ୍ଦିରର ସଫେଇ କରନ୍ତୁ । ଏହାପରେ ଘର ଅଥବା ମନ୍ଦିରକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ଅଥବା ଭଗବାନଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ତାପରେ ଭଗବାନଙ୍କୁ ଚନ୍ଦନ, ଅକ୍ଷତ ଆଦି ଅର୍ପଣ କରି, ଫୁଲରେ ଶୃଙ୍ଗାର କରିବା ପରେ ଭୋଗ ଲଗାନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅବଶ୍ୟ ଚଢାନ୍ତୁ । ତାପରେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଆରତୀ କରନ୍ତୁ। ଏହାପରେ ପ୍ରସାଦ ବଣ୍ଟନ କରନ୍ତୁ ।

ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ମୋକ୍ଷଦାୟିନୀ ଏକାଦଶୀର ମହତ୍ତ୍ବ ବୁଝାଇ କହିଥିଲେ ଯେ ମୋକ୍ଷଦା ଏକାଦଶୀ ପୂଣ୍ୟ ଫଳ ଦେଇଥାଏ । ଯେଉଁମାନେ ଏଦି ଦିନ ସଚ୍ଚୋଟ ମନରେ ପୂଜା ଆରାଧନା କରିଥାନ୍ତି ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ । ଏହା ମୋକ୍ଷ ପ୍ରାପ୍ତି କରାଇଥାଏ ।
ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ । ଏହି ଉପଦେଶ ପରେ ଅର୍ଜୁନ ମହାଭାରତରେ ଲୋକଙ୍କୁ ବଦ୍ଧ କରିଥିଲେ ଏବଂ ଏହାପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା ।

Comments are closed.