୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର – ରାଜ୍ୟରେ କିଛି ଜିଲ୍ଲାରେ ଅସହ୍ୟ ଶୀତ ଜାରି ରହିଛି। ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ପୁଣି ଥରେ ରାଜ୍ୟର ଥଣ୍ଡା ସହର ହୋଇଛି। ଏଠାରେ ତାପମାତ୍ରା ୫ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ରାତି ତାପମାତ୍ରା ୭ ଡିଗ୍ରୀ ସେଲସିୟସ, କିରେଇରେ ୭.୭, ସିମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ୮ ,କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୮.୯, ଅନୁଗୁଳରେ ଓ ନବରଙ୍ଗପୁର ୯, ଭବାନୀପାଟଣାରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କଟକରେ ରାତି ତାପମାତ୍ରା ୧୪.୪ ଓ ଭୁବନେଶ୍ବରରେ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଣେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିସହ ଆଜିଠୁ ତିନି ଦିନ ଯାଏଁ ରାଜ୍ୟରେ ଅନେକ ଜିଲ୍ଲାରେ ଘନ କୁହୁଡିର ଚେତାବନୀ ଦେଇଛି ପାଣିପାଗ ବିଭାଗ।

Comments are closed.