ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍.ଏମ ରାଜେନ୍ଦ୍ରନଙ୍କ ପରଲୋକ

ଭୁବନେଶ୍ୱର – ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ.ଏମ ରାଜେନ୍ଦ୍ରନଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଚେନ୍ନାଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ଏମ.ଏମ ରାଜେନ୍ଦ୍ରନ ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ଥିଲେ । ସେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ରାଜ୍ୟପାଳ ଭାବେ ରାଜେନ୍ଦ୍ରନଙ୍କୁ ନିଯୁକ୍ତି ଦିଆଯାଇଥିଲା ।

୧୯୬୪ରେ ଧନୁଷକୋଡି ବାତ୍ୟା ସମୟରେ ସେ ତାମିଲନାଡୁର ରାମନାଥପୁରମର ଜିଲ୍ଲାପାଳ ଥିଲେ । ୧୯୯୯ ମହାବାତ୍ୟା ପରେ ତତ୍କାଳୀନ ବାଜପେୟୀ ସରକାର ରାଜେନ୍ଦ୍ରନଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଚିରାଚରିତ ରାଜ୍ୟପାଳ ନ ହୋଇ ବାତ୍ୟା କ୍ଷତିଗ୍ରସ୍ତ ରାଜ୍ୟକୁ ସମ୍ବାଳିବା ପାଇଁ ଆଗେଇ ଆସିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ । ଗତବର୍ଷ ରାଜେନ୍ଦ୍ରନ ଓଡ଼ିଶା ଆସିଥିଲେ ଏବଂ ରାଜଭବନରେ ତାଙ୍କ ଲିଖିତ ପୁସ୍ତକ ‘ସର୍ଭିସ ଅନଇଣ୍ଟର୍ପଟେଡଡ’ ଉନ୍ମୋଚନ କରିଥିଲେ।

Comments are closed.