ଭାରତ ଆସୁଥିବା ଜାହାଜ ଉପରେ ଇରାନ୍ କରିଥିଲା ଡ୍ରୋନ୍ ଆକ୍ରମଣ

ୱାଶିଂଟନ୍: ଭାରତ ଆସୁଥିବା ଏକ ପଣ୍ୟବାହୀ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଇରାନ କରିଥିଲା । ଆମେରିକୀୟ ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍‌’ ଏପରି ଦାବି କରିଛି। ଜାପାନର ମାଲିକାନା ଥିବା ଓ ଲାଇବେରିଆ ଧ୍ବଜାଙ୍କିତ କେମ୍ ପ୍ଲୁଟୋ ନାମକ ମୋଟର ଜାହାଜ ଉପରେ ଶନିବାର ଭାରତ ମହାସାଗରରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଚାଳକ ସଦସ୍ୟଙ୍କ ସହ ଜାହାଜରେ ୨୧ ଜଣ ଭାରତୀୟ ଥିଲେ | ଏହି ଆକ୍ରମଣ ପରେ ଜାହାଜରେ ନିଆଁ ଲାଗି ଯାଇଥିଲା ‌। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିଲା ‌। ଆକ୍ରମଣ ସମୟରେ ଜାହାଜଟି ଭାରତୀୟ ଉପକୂଳଠାରୁ ୨୦୦ ସାମୁଦ୍ରିକ ମାଇଲ୍ ଦୂରରେ ଥିଲା |

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଇସ୍ରାଏଲ-ହାମାସ ବିବାଦ ମଧ୍ୟରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଗୁଡିକ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଜାହାଜକୁ ଟାର୍ଗେଟ୍ ପାଇଁ ପେଣ୍ଟାଗନ୍ ପ୍ରଥମ ଥର ଇରାନକୁ ସିଧାସଳଖ ଦାୟୀ କରିଛି। ଏହି ଜାହାଜ ସାଉଦି ଆରବର ଏକ ବନ୍ଦରରୁ ଅଶୋଧିତ ତୈଳ ନେଇ ଭାରତର ମାଙ୍ଗାଲୁରୁ ବନ୍ଦରକୁ ଆସୁଥିଲା।

Comments are closed.