ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜିଠୁ ନିମନ୍ତ୍ରଣ 

ପୁରୀ – ଆସନ୍ତାମାସ ୧୬ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଭବ୍ୟ ଲୋକାର୍ପଣ। ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ସାରାଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମ ର ପୀଠାଧୀଶ୍ୱର, ପ୍ରମୁଖ ଧର୍ମଗୁରୁ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ମାର୍ଗଶୀର ପୂର୍ଣ୍ଣିମା ଉପଲକ୍ଷେ ଦେଶର ପ୍ରମୁଖ ଦେବପୀଠ ଗୁଡିକୁ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପ୍ରକ୍ରିୟାର ଶୁଭାରମ୍ଭ କରାଯିବ । ଏଥିପାଇଁ ଗଠିତ ହୋଇଛି ୩୦ଟି ଟିମ୍ । ରାଜ୍ୟର ପ୍ରମୁଖ ଧାର୍ମିକ ପୀଠ ଓ ଜଗନ୍ନାଥ ମନ୍ଦିରଗୁଡିକୁ ନିମନ୍ତ୍ରଣ ପାଇଁ ୧୩ଟି ଟିମ୍ ଗଠିତ ହୋଇଛି। ପ୍ରତି ଟିମରେ ଜଣେ ଲେଖାଏଁ ନୋଡାଲ ଅଫିସର ଓ ତିନି ଜଣ ଲେଖାଏଁ ସେବାୟତ ଅଛନ୍ତି । ନିମନ୍ତ୍ରଣ ପତ୍ର ପ୍ରଥମେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କଠାରୁ ଅନୁକୂଳ ହେବ ।

Comments are closed.