ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜନ୍ ପାଇଁ ଡିସେମ୍ବର ୯ରେ ଖେଳାଳି ନିଲାମ

ନୂଆଦିଲ୍ଲୀ: ଆଇପିଏଲ୍ ଢାଞ୍ଚାରେ ୨୦୨୩ରୁ ଆରମ୍ଭ ହୋଇଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ଦ୍ୱିତୀୟ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ତାରିଖ ସ୍ଥିର କରାଯାଇଛି। ଡବ୍ଲୁପିଏଲର ଆଗାମୀ ସଂସ୍କରଣ ପାଇଁ ଡିସେମ୍ବର ୯ରେ ମୁମ୍ବାଇରେ ହେବ ଖେଳାଳି ନିଲାମ । ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଡବ୍ଲୁପିଏଲ୍ ର ଅଫିସିଆଲ୍ ହ୍ୟାଣ୍ଡଲରେ ଶୁକ୍ରବାର ଏହି ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଅକ୍ଟୋବର ୧୯ରେ ସମସ୍ତ ୫ ଟିମ୍ ବଜାୟ ରଖିଥିବା ୬୦ ଖେଳାଳିଙ୍କ ତାଲିକା ଜାରି କରାଯାଇଥିଲା । ସେମାନଙ୍କୁ ମଧ୍ୟରୁ ୨୧ ଖେଳାଳି ବିଦେଶୀ | ଏହି ପାଞ୍ଚଟି ଦଳ ୨୯ ଖେଳାଳିଙ୍କୁ ନିଲାମ ପାଇଁ ରିଲିଜ୍ କରିଥିଲେ |

ମହିଳା ପ୍ରିମିୟର ଲିଗର ୨୦୨୪ ସିଜନ୍ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ |

ପାଞ୍ଚଟି ଦଳକୁ ନେଇ ୨୦୨୩ରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା |

ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନର ଫାଇନାଲରେ ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଟାଇଟଲ ଜିତିଥିଲା।

Comments are closed.