ଆରଡ଼ି ବାବା ଆଖଣ୍ଡଳମଣି ପୀଠରେ ୫-ଟି ଅଧ୍ୟକ୍ଷ, ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା 

ଆରଡି – ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଆରଡି ଆଖଣ୍ଡଳମଣି ପୀଠ ପରିଦର୍ଶନ କରିଛନ୍ତି। ବାବାଙ୍କ ଦର୍ଶନ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ।

ସେ ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ପରେ ପୀଠର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ । ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ । ଲୋକଙ୍କୁ ଭୋଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ।

ସୂଚନାଯୋଗ୍ୟ ଯେ, ବାବା ଆଖଣ୍ଡଳମଣି ପୀଠ ଚାରିପାଖର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ଯ। ଏଥିପାଇଁ ରାଜ୍ଯ ସରକାର ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା। ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି। ଏହି କାର୍ଯ୍ଯ କିପରି ହୋଇଛି, ତା’ସହ ଦ୍ବିତୀୟ ପର୍ଯ୍ଯାୟ କାର୍ଯ୍ଯ କେତେ ବାଟ ଆଗେଇଛି, ତାହା ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Comments are closed.