କୋଟିପତି ଇଡକୋ ସିଜିଏମଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠାରୁ ଥିଲା ୧୫୫ ପ୍ରତିଶତ ଅଧିକ ସମ୍ପତ୍ତି 

ଭୁବନେଶ୍ବର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡ୍‌କୋ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ମହାନ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରୋଜ କାନ୍ତ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା ଭିଜିଲାନ୍ସ । ସରୋଜଙ୍କ ଆୟ ଠାରୁ ତାଙ୍କ ସମ୍ପତ୍ତି ପରିମାଣ ୧୫୫ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଚଢାଉ ବେଳେ ୧୦ଟି ପ୍ଲଟ, ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂ ସମେତ ପାଖାପାଖି ୮୭୦ ଗ୍ରାମ ଓଜନର ସୁନା, ବ୍ୟାଙ୍କ୍ ଜମା, ୩୯ରୁ ୪୦ ଲକ୍ଷ ବୀମା, କାର, ବୁଲେଟ, ସ୍କୁଟର ଆଦି ଠାବ କରାଯାଇଛି। ତାଙ୍କର ପ୍ରାୟ ୨.୫୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ରହିଛି, ଯାହାକି ଆୟଠାରୁ ୧୫୫ ପ୍ରତିଶତ ଅଧିକ ।

Comments are closed.