ବିଜେପି ନେତାଙ୍କ କୁକୁଡ଼ା ଫାର୍ମରୁ ୧୪,୦୦୦ ବେଆଇନ ବିଦେଶୀ ମଦ ବୋତଲ ଜବତ

ଥ୍ରୀଶୂର : କେରଳ ପୋଲିସ ସ୍ଥାନୀୟ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ କୁକୁଡ଼ା ଫାର୍ମ ଉପରେ ଚଢ଼ାଉ କରି ୧୪ ହଜାରରୁ ଅଧିକ ବେଆଇନ ବିଦେଶୀ ମଦ ବୋତଲ ଜବତ କରିଛି । ଏହାଛଡ଼ା ପୋଲିସ ୨,୪୦୦ ଲିଟରରୁ ଅଧିକ ସ୍ପିରିଟ୍ ବି ଜବତ କରିଛି |
ଏ ସମ୍ପର୍କରେ ସୂଚନା ପାଇବା ପରେ କେରଳ ପୋଲିସ ମଙ୍ଗଳବାର କୁକୁଡ଼ା ଫାର୍ମ ଉପରେ ଚଢ଼ାଉ କରିଥିଲା । ଏହି ମାମଲାରେ ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ପଞ୍ଚାୟତ ସଦସ୍ୟ ୫୦ ବର୍ଷୀୟ ଲାଲୁ ଏବଂ ତାଙ୍କ ସହଯୋଗୀ ଇଡୁକି ବାସିନ୍ଦା ଲରେନ୍ସ(୫୨)ଙ୍କୁ ଗିରଫ କରିଛି।
ଘଟଣାସ୍ଥଳରୁ ବେଆଇନ ମଦ ଜବତ ହୋଇଥିବା ପୋଲିସ କହିଛି। ଏହା ସହ କୁକୁଡ଼ା ଫାର୍ମରୁ ସ୍ପିରିଟ୍ ବି ଜବତ କରାଯାଇଛି। ବିଜେପି ନେତାଙ୍କ ଏହି କୁକୁଡ଼ା ଫାର୍ମ କୋଡାକରା ନିକଟ ଭେଲାନଚିରାରେ ଅଛି। ସେଠାରେ ଗୋଦାମ ଭିତରେ ଥିବା ଏକ ଗୁପ୍ତ କୋଠରୀରେ ଏହି ସବୁ ମଦ ବୋତଲ ରଖାଯାଇଥିଲା ।

Comments are closed.