ଲୋକପ୍ରିୟ ତାମିଲ ଫିଲ୍ମ ଅଭିନେତା ‘କ୍ୟାପଟେନ’ ବିଜୟକାନ୍ତଙ୍କ ଦେହାନ୍ତ

ଚେନ୍ନାଇ – ତାମିଲନାଡୁର ଅନ୍ୟତମ ଲୋକପ୍ରିୟ ଅଭିନେତା ତଥା ରାଜନୀତିଜ୍ଞ ବିଜୟକାନ୍ତଙ୍କ ପରଲୋକ ହୋଇଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ବିଜୟକାନ୍ତ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କ୍ୟାପଟେନ ନାଁରେ ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ ବିଜୟକାନ୍ତ । ସେ ଅନେକ ତାମିଲ ଚଳଚିତ୍ରରେ ଅଭିନୟ କରିବା ସହ ରାଜନୈତିକ ଦଳ -ଡିଏମଡିକେର ପ୍ରତିଷ୍ଠାତା ଥିଲେ । ସେ ଦୁଇଥର ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିମୋନିଆ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିବା ବିଜୟକାନ୍ତ ସତୁରୀ ଦଶକର ଶେଷଆଡକୁ ତାମିଲ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ୧୯୭୯ରେ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଇନିକମ ଇଲାମାଇ’ ରିଲିଜ ହୋଇଥିଲା । ସେ ଜଣେ ଆକ୍ସନ ହୀରୋ ଭାବେ ଲୋକପ୍ରିୟତା ହାସଲ କରିଥିଲେ । ଅନେକ ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ବିଜୟକାନ୍ତ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା । ବିଜୟକାନ୍ତଙ୍କ ଅଭିନୀତ ଅନେକ ହିଟ୍ ଫିଲ୍ମ ଅନ୍ୟ ଦକ୍ଷିଣ ଭାରତୀୟ ଭାଷା ଓ ହିନ୍ଦୀରେ ରିମେକ ହୋଇଥିଲେ ମଧ୍ୟ ସେ କେବଳ ତାମିଲ ଫିଲ୍ମରେ ହିଁ ଅଭିନୟ କରିଥିଲେ। ଦେଢ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ବିଜୟକାନ୍ତ।

Comments are closed.