କର୍ଣ୍ଣାଟକ ବିଧାୟକଙ୍କ ଚେତାବନୀ: ଦଳରୁ କାଢ଼ିଲେ ବିଜେପି ସରକାରରେ ହୋଇଥିବା ୪୦ ହଜାର କୋଟି ଦୁର୍ନୀତିର ଗୁମର ଖୋଲିବେ

ବେଙ୍ଗାଲୁରୁ: ତାଙ୍କୁ ଦଳରୁ ବାହାର କରାଗଲେ ବିଜେପି ଶାସନରେ ହୋଇଥିବା ୪୦ ହଜାର କୋଟି କୋଭିଡ୍ ଦୁର୍ନୀତିର ଗୁମର ଖୋଲିଦେବେ ବୋଲି କର୍ଣ୍ଣାଟକର ବିଜେପି ବିଧାୟକ ବସନଗୁଡା ପାଟିଲ ୟତନାଲ ତାଙ୍କ ଦଳକୁ ଚେତାବନୀ ଦେଇଛନ୍ତି। କୋଭିଡ୍ ମହାମାରୀ ସମୟରେ ୟେଦିୟୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାର ଅମଳରେ ମହାଦୁର୍ନୀତି ହୋଇଥିଲା ବୋଲି ୟତନାଲ ଅଭିଯୋଗ କରିଛନ୍ତିି ।

ୟତନାଲଙ୍କ ଏହି ବୟାନ ପରେ କର୍ଣ୍ଣାଟକ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ୟତନାଲଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଜେପିକୁ ଟାର୍ଗେଟ୍ କରିଛନ୍ତିି । ସିଦ୍ଧରମୈୟା କହିଛନ୍ତି, ୟତନାଲଙ୍କ ଦୁର୍ନୀତି ଅଭିଯୋଗ ତାଙ୍କ (ତାଙ୍କ ପାର୍ଟି କଂଗ୍ରେସ) ଆରୋପର ପ୍ରମାଣ ଯେ ୟେଦିୟୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାର ‘୪୦% କମିସନର ସରକାର’ ଥିଲା ।

ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ବିଜେପି ନେତାଙ୍କ ଦାବି ମଧ୍ୟରେ ୟତନାଲ କହିଛନ୍ତି, ସେମାନେ (କର୍ଣ୍ଣାଟକର ପୂର୍ବ ବିଜେପି ସରକାର) କୋଭିଡ୍ ସମୟରେ ମହାଦୁର୍ନୀତି କରିଥିଲେ । ସେମାନେ ମୋତେ ପ୍ରଥମେ ନୋଟିସ ଦିଅନ୍ତୁ.. ମୋତେ ଦଳରୁ ବହିଷ୍କାର କରନ୍ତୁ, ମୁଁ ସେମାନଙ୍କ ମୁଖା ଖୋଲିଦେବି। ”

ୟେଦିୟୁରପ୍ପାଙ୍କ ସାନପୁଅ ବିଜୟନ୍ଦ୍ରଙ୍କୁ ରାଜ୍ୟ ବିଜେପିର ସଭାପତି କରାଯିବା ପରେ ୟତନାଲ ୟେଦିୟୁରପ୍ପା ଏବଂ ତାଙ୍କ ପରିବାର ବିରୋଧରେ ଆକ୍ରମଣ ଜୋରଦାର କରିଛନ୍ତି।

ବିଜୟପୁରାର ଏହି ଅସନ୍ତୁଷ୍ଟ ବିଜେପି ବିଧାୟକ କହିଛନ୍ତି, “ଏକ ମାସ୍କର ମୂଲ୍ୟ ୪୫ ଟଙ୍କା । ୟେଦିୟୁରପ୍ପା ମହୋଦୟ, କୋଭିଡ ସମୟରେ ଆପଣଙ୍କ ସରକାର ପ୍ରତି ମାସ୍କ ପାଇଁ କେତେ ଖର୍ଚ୍ଚ କରିଥିଲେ ?” ସେ ଗୋଟିଏ ମାସ୍କର ପାଇଁ ୪୮୫ ଟଙ୍କା ଖର୍ଚ୍ଚ କରିଥିଲେ। ,

ୟତନାଲ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର କୋଭିଡ୍ ମହାମାରୀ ସମୟରେ ମାସ୍କ ଠାରୁ ବେଡ୍ ପର୍ଯ୍ୟନ୍ତ ୪୦ ହଜାର କୋଟି ଲୁଟ୍ କରିଥିଲା । ଠିକ୍ ସମୟରେ ସେ ସବୁ ଖୁଲାସା କରିବେ।

Comments are closed.