ଭୁବନେଶ୍ୱର – ରାଜ୍ୟରେ ଶୀତ ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖାଯାଉଛି । ଘନ କୁହୁଡି ଯୋଗୁଁ ଯାନବାହନ ଚଳାଚଳରେ ଅସୁବିଧା ଦେଖାଦେଇଛି । ଘନ କୁହୁଡି ଯୋଗୁଁ କିଛି ଦୂର ଯାଏଁ ଦେଖାଯାଉ ନଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡିମୋଟର ମନ୍ଥର ଗତିରେ ଚଳାଚଳ କରୁଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଏଥିଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି। ବିଶେଷ କରି ଗାଡ଼ି ମୋଟର ଚାଳକମାନଙ୍କୁ କୁହୁଡି ଯୋଗୁଁ ଅସୁବିଧା ହୋଇଛି ।
ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। ତେଣୁ ଶୀତରୁ ଆଶ୍ୱସ୍ତି ମିଳିଛି । ହେଲେ କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଓ ଘନ କୁହୁଡି ଦେଖାଦେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Comments are closed.