ସାନଖେମୁଣ୍ଡି: ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଆଜି ସକାଳୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ବସଷ୍ଟାଣ୍ଡ୍ ନିକଟ ଦେଶୀ ମଦ ଭାଟି ନିକଟରୁ ଉଦ୍ଧାର କରିଛି। ମୃତକ ହେଲେ ପାଟପୁରର ସୂର୍ଯ୍ୟ ସାହୁ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ସକାଳୁ ଯୁବକ ଜଣକ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ହତ୍ୟାର କାରଣ ବାବଦରେ କିଛି ଜଣାପଡି ନଥିବା ବେଳେ ତାଙ୍କୁ କେହି ଜଣେ କିମ୍ବା ଏକାଧିକ ଲୋକ ମିଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ବ୍ୟବସ୍ଥା କରୁଛି।

Comments are closed.