ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ପୁରୀ -ପୁରୀରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭୋରରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ପରିକ୍ରମା ମାର୍ଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ।

ଶ୍ରୀମନ୍ଦିର ଚାରିପଟ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସମ୍ପର୍କରେ ଅବଗତ ହେବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ। ପରେ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ଚଲାପଥ ଓ ବିଶ୍ରାମସ୍ଥଳ ବୁଲି ଦେଖିଥିଲେ। ଶୀତ ତାପ ନିୟନ୍ତ୍ରିତ ଚଲାପଥ ବୁଲି ଦେଖିବା ସହ ଏଥିରେ ଥିବା ବ୍ୟାରିକେଡ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ । ଶ୍ରୀମାର୍ଗ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ବି ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପରେ ସେ ଶ୍ରୀ ମାର୍ଗ ନିର୍ମାଣ ରାସ୍ତା ଦେଇ ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ବୁଲି ଦେଖି ଥିବା ବେଳେ ସେଠାରୁ ଶ୍ରୀସେତୁ ରାସ୍ତା ଦେଇ ସମୀକ୍ଷା କରିଥିଲେ । ସମୀକ୍ଷା ବେଳେ ୫-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ,ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.