ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ କ୍ଷେତ୍ର ସହାୟକ 

ବାରିପଦା – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାରିପଦା ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ । ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ, ବହଳଦା, କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲା। ବୃକ୍ଷରୋପଣ କାର୍ଯ୍ୟର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ବାରିପଦା ସ୍ଥିତ ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର ଚାନ୍ଦୁଆ ଡିଭିଜନ କ୍ଷେତ୍ର ସହାୟକ ବିଭୂତି କୁମାର ମଲ୍ଲିକ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ନିରାଶ ଶିରିଷ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପରେ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଏହାପରେ କ୍ଷେତ୍ର ସହାୟକ ବିଭୂତିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। କାର୍ଯ୍ୟାଳୟ ପରିସରରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ବାରିପଦାର ଷ୍ଟେସନ ବଜାର ସ୍ଥିତ କାର୍ଯ୍ୟାଳୟ, ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।

Comments are closed.