ହଟିଲା ବହିଷ୍କାର ଆଦେଶ, ବିଜେଡିକୁ ଫେରିଲେ ଦାମ ରାଉତ 

ଭୁବନେଶ୍ୱର – ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳରୁ ବହିଷ୍କାର ଆଦେଶ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳବିରୋଧୀ କାର୍ଯ୍ୟ ଅଭିଯୋଗର ଦାମ ରାଉତଙ୍କୁ ୨୦୧୮ରେ ବିଜେଡିରୁ ବହିଷ୍କାର କରାଯାଇଥିଲା । ବିଜେଡିରୁ ବହିଷ୍କୃତ ହେଲା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ଦାମ ରାଉତ ବିଜେପି ଟିକେଟରେ ବାଲିକୁଦା-ଏରସମା ଆସନରୁ ଲଢ଼ି ହାରି ଯାଇଥିଲେ। ସେହି ବର୍ଷ ଅକ୍ଟୋବର ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।

Comments are closed.