ସ୍ୱାମୀଙ୍କ ମୃତ୍ୟୁ ସହି ନପାରି ଦିନକ ପରେ ଜୀବନ ହାରିଲେ ସ୍ତ୍ରୀ

ଖୋର୍ଦ୍ଧା – ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀଙ୍କ ଆତ୍ମହତ୍ୟା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଆହତ ହୋଇଥିବା ୪ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସ୍ୱାମୀ ଦିଲୀପଙ୍କ ଏପରି ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପତ୍ନୀ ସୌମ୍ୟାଶ୍ରୀ । ଦିଲୀପଙ୍କ ମୃତ୍ୟୁର ଦିନକ ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ଦୁଇ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା ।

Comments are closed.