ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଏକୋଇଶିଆ ପାଳନ କରି ନାମକରଣ କଲେ ମେଡିକାଲ ଟିମ୍ 

ସମ୍ବଲପୁର – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ଏକୋଇଶିଆ ପାଳନ କରାଯାଇ ନାମକରଣ କରାଯାଇଛି। ଶିଶୁକନ୍ୟାଟି ବର୍ତ୍ତମାନ ବୁର୍ଲା ଭୀମସାରର ଏସଏନସିୟୁରେ ଚିକିତ୍ସାଧିନ ରହିଛି। ବୁର୍ଲା ଭୀମସାର ପକ୍ଷରୁ ଶିଶୁକନ୍ୟାର ନା ବିଜୟନୀ ରଖାଯାଇଛି । ପୁରା ମେଡିକାଲ ଟିମ୍ ପକ୍ଷରୁ ଏକୋଇଶିଆ ପାଳନ କରାଯାଇଛି । ଗତ ଡିସେମ୍ବର ମାସରେ ରେଙ୍ଗାଲି ଲାରିପାଲି ବୋରୱେଲରୁ ବହୁ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାର ବାପା ମାଆ କିଏ, ସେ କିପରି ବୋରୱେଲକୁ ଖସିପଡିଲା, ତାହା ଜଣାପଡ଼ିନାହିଁ।

Comments are closed.