ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ଭାରପ୍ରାପ୍ତ ଡିଜିପି ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ 

ଭୁବନେଶ୍ୱର – ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅରୁଣ ଷଡଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଭାରପ୍ରାପ୍ତ ଡିଜିପିଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଅରୁଣ ଷଡଙ୍ଗୀ। ସୁନୀଲ ବଂଶଲଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । ନିୟମିତ ଡିଜିପି ନିଯୁକ୍ତ ହେବା ଯାଏଁ ଭାରପ୍ରାପ୍ତ ଡିଜିପି ପଦରେ ରହିବେ ଅରୁଣ ଷଡଙ୍ଗୀ। ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ଅରୁଣ ଷଡଙ୍ଗୀ।

Comments are closed.