ରଥଯାତ୍ରା ପାଇଁ ଅନୁଷ୍ଠିତ ହେଲା ରଥକାଠ ଗଛକଟା ଅନୁକୂଳ ପୂଜା

ନୟାଗଡ଼ – ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ କଟା ଅନୁକୂଳ ପୂଜାର୍ଚ୍ଚନା କରାଯାଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ରାଉଳ ପୀଠରେ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଞ୍ଚିଥିଲେ । ନୟାଗଡ଼ ବନବିଭାଗ ସହାୟତାରେ ପ୍ରତିନିଧି ଦଳ ପୀଠରେ ପହଁଚିଥିଲେ । ଏହି ପୂଜାର୍ଚ୍ଚନାରେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ, ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ସହ ଗଣିଆ ରେଞ୍ଜର ସୁମନ ମାଝୀ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବବର୍ଷ ୫୩ ଖଣ୍ଡ କାଠ ବଳକା ରହିଥିବା ଜଣାପଡ଼ିଛି । ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ ।

Comments are closed.