ଶୀତ କମିବା ସହ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି , ୫ ଓ ୬ ତାରିଖରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟରେ ଶୀତ କମିଛି । ରାତି ତାପମାତ୍ରାରେ ବୃଦ୍ଧି ହେଉଛି । ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳୁଛି ଘନ କୁହୁଡିର ଆସ୍ତରଣ। ଆଜି ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହୋଇଛି। ଭିଜିବିଲିଟି ଅନେକ ସ୍ଥାନରେ ୫୦ ମିଟରକୁ ହ୍ରାସ ପାଇଛି।

ଏଣେ ଆସନ୍ତା ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାତିର ତାପମାତ୍ରା ଏବେ ସ୍ୱାଭାବିକଠାରୁ ଅଧିକ ରହିବ । କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Comments are closed.