ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜିଠୁ ବୁଲିବ ଶ୍ରୀଜଗନ୍ନାଥ ରଥ, ସଂଗ୍ରହ କରାଯିବ ଗୁଆ ଚାଉଳ

ଭୁବନେଶ୍ୱର – ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଜନସାଧାରଣଙ୍କୁ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଜଡ଼ିତ କରାଯିବ । ରାଜ୍ୟର ଲୋକେ ଯେପରି ଏହା ଐତିହାସିକ କାର୍ଯ୍ୟକ୍ରମରେ ଅଂଶୀଦାର ହେବେ, ସେଥିପାଇଁ ଆଜିଠୁ ଗାଁରୁ ସହର ଯାଏଁ ବୁଲିବ ଶ୍ରୀଜଗନ୍ନାଥ ପରିକ୍ରମା ରଥ । ସଂକୀର୍ତ୍ତନ ମଣ୍ଡଳୀ ମହାପ୍ରଭୁଙ୍କ ମହିମା ଗାନ କରି ଘରୁ ଘରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିବେ । ଆଜିଠୁ ୧୫ ତାରିଖ ଯାଏଁ ପରିକ୍ରମା ରଥ ଗୁଆ ଓ ଚାଉଳ ସଂଗ୍ରହ କରିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ସୂଚନା ଅନୁସାରେ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସ୍ମରଣୀୟ କରାଯିବ । ସବୁଠି ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Comments are closed.