ଅଧିକାଂଶ ସ୍ଥାନରେ ଘନ କୁହୁଡି , ଦୃଶ୍ୟମାନ ଦୂରତା ଯଥେଷ୍ଟ ହ୍ରାସ

ଭୁବନେଶ୍ବର – ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖାଦେଇଛି । ଦୃଶ୍ୟମାନ ଦୂରତା କମ୍ ରହିଥିବାରୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ଅନେକ ସ୍ଥାନରେ ଘନ କୁହୁଡ଼ି ସୃଷ୍ଟି ହେଉଛି। କୁହୁଡ଼ି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ଯଥେଷ୍ଟ ହ୍ରାସ ପାଇଛି। ଆଜି ଭୁବନେଶ୍ୱର, କଟକ ଓ ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡ କରାଯାିଛି। ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏଣେ ଅନେକ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ୨ ଦିନ ପରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ରହିଛି ।

Comments are closed.