ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ପରିଚାଳନା କମିଟି ବୈଠକ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେବ । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୦ଟି ଶ୍ରୀଜଗନ୍ନାଥ ବସରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ସ୍ଥାନରେ ପଇଁତରା ମାରିବେ ।

Comments are closed.