ପ୍ରଥମ ଟି-୨୦: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ମୋହାଲି: ଭାରତ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ରେ ଇନ୍ଦୋରରେ ଖେଳାଯିବ।

ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଏହାର ଜବାବରେ ଭାରତ ୧୭.୩ ଓଭରରେ ୪ଟି ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ଭାରତ ପକ୍ଷରୁ ଶିବମ୍ ଦୁବେ ଅପରାଜିତ ୬୦ ରନ୍ କରିଥିବାବେଳେ ଜିତେଶ ଶର୍ମା ୩୧ ରନ୍ କରିଥିଲେ। ଓପନର୍ ଶୁଭମାନ ଗିଲ୍ ୨୩ ରନ ଓ ତିଲକ ବର୍ମା ୨୬ ରନର ଯୋଗଦାନ କରିଥିଲେ। ପ୍ରାୟ ବର୍ଷେ ପରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଥିବା ଅଧିନାୟକ ରୋହିତ ଶର୍ମା ଖାତା ଖୋଲିନପାରି ରନ୍ ଆଉଟ୍ ହୋଇଥିଲେ ।

Comments are closed.