ପୁରୀ ଜିଲ୍ଲା ପାଇଁ ଚାରି ନୂଆ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର – ପୁରୀ ଜିଲ୍ଲା ପାଇଁ ଚାରି ଜଣ ନେତାଙ୍କୁ ନୂଆ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି। ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୋଦ ସାମଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। କାଶୀନାଥ ରଣାଙ୍କୁ ପୁରୀ ଓ କାକଟପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପିପିଲି ଓ ଭୂପେଶ ଚନ୍ଦ୍ର ପ୍ରଧାନଙ୍କୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।

Comments are closed.