ସମଲେଇ ପ୍ରକଳ୍ପ ଉଦଘାଟନ ନିମନ୍ତ୍ରଣ ପାଇଁ ବାହାରିଲେ ୫ ଦଳ, ଓଡିଶା ଓ ଛତିଶଗଡର ୧୩୭ ମନ୍ଦିରକୁ ନିଉତା

ସମ୍ବଲପୁର: ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଉଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼କୁ ନିମନ୍ତ୍ରଣ ଦିଆଯିବ। ୧୭ ତାରିଖରେ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀକୁ ନିମନ୍ତ୍ରଣ ଦିଆଯିବ। ୧୮ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି, ରାୟଗଡ଼ା, ବରଗଡ଼, ବଲାଙ୍ଗୀର ଓ ଛତିଶଗଡ଼କୁ ନିମନ୍ତ୍ରଣ ଦିଆଯିବ। ୧୯ ତାରିଖରେ କଟକକୁ ନିମନ୍ତ୍ରଣ ଦିଆଯିବ| ମୋଟ ୧୩୭ଟି ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ ନିମନ୍ତ୍ରଣ ବଣ୍ଟନ ପାଇଁ ଟ୍ରଷ୍ଟ ସଦସ୍ୟ ଓ ଦୁଇ ଜଣ ପୂଜାରୀଙ୍କ ସହ ଜଣେ ଅଧିକାରୀ ନିମନ୍ତ୍ରଣ ଦେବାକୁ ଯିବେ।

ଅନୁଗୁଳରେ ମା’ ବୁଢୀ ମା ମନ୍ଦିର, ମା’ ମହେଶ୍ୱରୀ ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ବରଗଡ଼ ନିମନ୍ତ୍ରଣରେ ବରଗଡ଼ ସହର ତାଲିପଡ଼ାର ମା’ ସମଲେଶ୍ୱରୀ ମନ୍ଦିର, ବରପାଲିର ମା’ ସମଲେଶ୍ୱରୀ ମନ୍ଦିର, ଝାରବନ୍ଧର ମା’ ସମଲେଶ୍ୱରୀ ମନ୍ଦିର, ବାବା ନୃସିଂହନାଥ ମନ୍ଦିର, ଶ୍ରାନ୍ଦା ଶିବ ମନ୍ଦିର, ଗୋଡ଼ଭାଗାର ମା’ ସମଲେଶ୍ୱରୀ ମନ୍ଦିର ଓ ବିଜେପୁରର ମା’ ସମଲେଶ୍ୱରୀ ମନ୍ଦିର ଦିଆଯିବ। ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ । ନୟାଗଡ଼ରେ ଜଗନ୍ନାଥ ମନ୍ଦିର, ଦକ୍ଷିଣକାଳୀ ମନ୍ଦିର ଓ ଲଡୁବାବା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। କୋରାପୁଟରେ ଜଗନାଥ ମନ୍ଦିର ଓ ଗୁପ୍ତେଶ୍ୱର ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ । ମାଲକାନଗିରିର ମୌଲି ମା’ ଠାକୁରାଣୀ ମନ୍ଦିର ଓ ଭୈରବୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଗଜପତିରେ ଲୁହାଖମ୍ବା ମନ୍ଦିର, ଜଗନାଥ ମନ୍ଦିର ଓ ମା’ କୁରେସୁନି ରାମଗିରିଙ୍କୁ ନିମନ୍ତ୍ରଣ । ଭଦ୍ରକରେ ବାବା ଅଖଣ୍ଡଳମଣି ଓ ମା’ ଭଦ୍ରକାଳୀ ମନ୍ଦିର ଦିଆଯିବ। ବଲାଙ୍ଗୀର ସହରରେ ମା’ ସମଲେଶ୍ୱରୀ ମନ୍ଦିର, ଲୋଇସିଂହାର ମା’ ସମଲେଶ୍ୱରୀ ମନ୍ଦିର, ତୁସରା ମା’ ସମଲେଶ୍ୱରୀ ମନ୍ଦିର, ପାଟଣାଗଡ଼ର ମା’ ସମଲେଶ୍ୱରୀ ମନ୍ଦିର, ସାଲେଭାଟାର ମା’ ସମଲେଶ୍ୱରୀ ମନ୍ଦିର, ହରିଶଙ୍କର ମନ୍ଦିର, ବଲାଙ୍ଗୀର ଓ ପାଟଣାଗଡ଼ର ମା’ ପାଟନେଶ୍ୱରୀ ମନ୍ଦିର, ମା’ ଘଂଟାଶୁଣୀ ମନ୍ଦିର, ମା’ ପଟାଖଣ୍ଡ ମନ୍ଦିରକୁ ନିମନ୍ତ୍ରଣ କରାଯିବ। ବୌଦ୍ଧରେ ମା’ ସମଲେଶ୍ୱରୀ ମନ୍ଦିର, ମା’ ଭିରାଭି ମନ୍ଦିର, ମା’ ଗେଲ୍ହା ମା’ ମନ୍ଦିର, ମା’ କ୍ଷେତରପାଲିଣୀ ମନ୍ଦିର, ମା’ ଉମାମହେଶ୍ୱରୀ ମନ୍ଦିର, ମା’ ମେତକାଣୀ ମନ୍ଦିର ଓ ମା’ ସିଂହଶାଣୀ ମନ୍ଦିରକୁ ନିମନ୍ତ୍ରଣ କରାଯିବ। କଟକରେ ବାବା ଧବଳେଶ୍ୱର, ମା’ କଟକ ଚଣ୍ଡୀ ମନ୍ଦିର ଓ ମା’ ଚରାଚିକା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଦେବଗଡ଼ରେ ମା’ କନକ ଦୁର୍ଗା ମନ୍ଦିର, ମା’ ପଢ଼ାଣୀ ମନ୍ଦିର, ଆଠପଡ଼ା ତାରିଣୀ ମନ୍ଦିର, ମା’ ଠାକୁରାଣୀ ମନ୍ଦିର, କାଳୀ ମନ୍ଦିର, ମା’ ସାରଣୀପାଟ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଢେଙ୍କାନାଳରେ ବାବା ଚନ୍ଦ୍ରଶେଖର ମନ୍ଦିରକୁ ନିମନ୍ତ୍ରଣ କରାଯିବ। ଗଞ୍ଜାମରେ ମା’ ତାରିଣୀ, ମା’ ସମଲେଇ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଜଗତସିଂହପୁରରେ ମା’ ସାରଳା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଯାଜପୁରରେ ମା’ ବିରଜା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଝାରସୁଗୁଡ଼ାରେ କୋଲାବିରାର ମା’ ସମଲେଶ୍ୱରୀ ମନ୍ଦିର, ବନ୍ଧବାହାଲର ମା’ ସମଲେଶ୍ୱରୀ ମନ୍ଦିର, ଲଇକେରାର ମା’ ସମଲେଶ୍ୱରୀ ମନ୍ଦିର, ରଘୁନାଥପାଲିର ମା’ ସମଲେଶ୍ୱରୀ ମନ୍ଦିର, ଝଡ଼େଶ୍ୱର ମନ୍ଦିର, କାଳୀ ମନ୍ଦିର, ତାରିଣୀ ମନ୍ଦିର, ଦୁର୍ଗା ମନ୍ଦିର, ରାମଚଣ୍ଡୀ ମନ୍ଦିର, ମା’ ଡଖିନାକଳି, ମା’ ଅନ୍ଧାରୀ ଦୁର୍ଗା ଓ ମା’ ସମଲେଇ ମଦିରାଙ୍କୁ ନିମନ୍ତ୍ରଣ ଦିଆଯିବ। କଳାହାଣ୍ଡିରେ ମା’ ମାଣିକେଶ୍ୱରୀ ମନ୍ଦିର ଭବାନୀପାଟଣା, ରାମପୁରର ମା’ ମାଣିକେଶ୍ୱରୀ ମନ୍ଦିର, ଜୁନାଗଡ଼ର ମା’ ଲଙ୍କେଶ୍ୱରୀ, ମା’ ଭନ୍ଦ୍ରାଘରଣୀ ମନ୍ଦିର ଓ ମା’ କଳିଠାକୁରାଣୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। କନ୍ଧମାଳରେ ମା’ ବରାଳ ଓ ନାରାୟଣୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। କେନ୍ଦ୍ରାପଡ଼ାରେ ମା’ ଗୋଜାବାଣୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। କେନ୍ଦୁଝରରେ ମା’ ତାରିଣୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ଖୋର୍ଦ୍ଧାରେ ଶ୍ରୀଲିଙ୍ଗରାଜ ମନ୍ଦିର, ମା’ ଉଗ୍ରତାରା ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଓ ମା’ ଭଗବତୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ମୟୂରଭଞ୍ଜରେ ମା’ ବିମଳା ମନ୍ଦିର, ମା’ କିଚକେଶ୍ୱର ମନ୍ଦିର, ମା’ ଅମ୍ବିକା ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ନୂଆପଡ଼ାରେ ରାଜ ଖରିଆର ମା’ ସମଲେଶ୍ୱରୀ ମନ୍ଦିର, କୋମନାର ମା’ ସମଲେଶ୍ୱରୀ ମନ୍ଦିର, ମା’ ଦ୍ୱାରଶିନୀ ମନ୍ଦିର, ମା’ ସୀତା ମନ୍ଦିର, ମା’ ରକ୍ତମାଉଲି ମନ୍ଦିର, ମା’ ବଞ୍ଜରୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ନବରଙ୍ଗପୁରରେ ମା’ ଭଣ୍ଡାରଘରଣୀ ମନ୍ଦିର ଓ ଜଗନାଥ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର, ମା’ ମଙ୍ଗଳା ମନ୍ଦିର, ମା’ ବିମଳା ମନ୍ଦିର ଓ ମା’ ରାମଚଣ୍ଡୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ରାୟଗଡ଼ାରେ ମା’ ମଝିଘରିଆଣୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ । ସମ୍ବଲପୁରରେ ଚଉଁରପୁରର ମା’ ସମଲେଶ୍ୱରୀ ମନ୍ଦିର, ଖିଣ୍ଡାର ମା’ ସମଲେଶ୍ୱରୀ ମନ୍ଦିର, ରେଙ୍ଗାଲିର ମା’ ସମଲେଶ୍ୱରୀ ମନ୍ଦିର, ଲାଇଡ଼ାର ମା’ ସମଲେଶ୍ୱରୀ ମନ୍ଦିର, କୁଚିଣ୍ଡାର ମା’ ସମଲେଶ୍ୱରୀ ମନ୍ଦିର, ହିରୋର ମା’ ସମଲେଶ୍ୱରୀ ମନ୍ଦିର, ଘେନୁପାଲିର ମା’ ସମଲେଶ୍ୱରୀ ମନ୍ଦିର, ଭିକାମପୁରର ମା’ ସମଲେଶ୍ୱରୀ ମନ୍ଦିର, ତାଳବର ମା’ ସମଲେଶ୍ୱରୀ ମନ୍ଦିର, ତାଳବର ମା’ ସମଲେଶ୍ୱରୀ ମନ୍ଦିର, କେଛୁପାଣିର ମା’ ସମଲେଶ୍ୱରୀ ମନ୍ଦିର, ପାହାଡ଼େଶ୍ବର ବାବା ମନ୍ଦିର, ମନ୍ଧାତାବାବା ମନ୍ଦିର, ହୁମା ବକ୍ରା ମନ୍ଦିର, କୁଞ୍ଜମୁରା ମନ୍ଦିର, ମା’ ପାଟେଶ୍ୱରୀ ମନ୍ଦିର, ମା’ ଘଣ୍ଟେଶ୍ୱରୀ ମନ୍ଦିର, ମା’ ଦୁର୍ଗା ମନ୍ଦିର, ମା’ ବନଦୁର୍ଗା, ଭଗବାନମୁଣ୍ଡାର ମା’ ସମଲେଶ୍ୱରୀ ମନ୍ଦିର, ମା’ ସମଲେଶ୍ୱରୀ ମନ୍ଦିର, ମା’ ଚଣ୍ଡୀ ମନ୍ଦିର ଓ ମା’ ଦକ୍ଷୀନକାଳୀ ମନ୍ଦିର ପ୍ରଦାନ କରାଯିବ। ସୁବର୍ଣ୍ଣପୁରରେ ମା’ ଲଙ୍କେଶ୍ୱର ମନ୍ଦିର, ସୋନପୁର ସହରର ମା’ ସମଲେଶ୍ୱରୀ ମନ୍ଦିର, ମା’ ସୁରେଶ୍ୱରୀ ମନ୍ଦିର, ମା’ ମେତକାଣୀ ଦେବୀ ମନ୍ଦିର, ମା’ ଖମ୍ବେଶ୍ୱରୀ ମନ୍ଦିର ଓ ମା’ ରାମଚଣ୍ଡୀ ମନ୍ଦିରକୁ ନିମନ୍ତ୍ରଣ ଦିଆଯିବ। ସୁନ୍ଦରଗଡ଼ରେ ମା’ ସମଲେଶ୍ୱରୀ ମନ୍ଦିର, ରାଉରକେଲାର ମା’ ସମଲେଶ୍ୱରୀ ମନ୍ଦିର, ସର୍ଗିପାଲିର ମା’ ସମଲେଶ୍ୱରୀ ମନ୍ଦିର, ମା’ ରାଣୀ ସତୀ ମନ୍ଦିର, ମା’ ବନଦୁର୍ଗା ମନ୍ଦିର, ମା’ ବୈଷ୍ଣୋଦେବୀ ମନ୍ଦିର ଓ ମା’ ତାରିଣୀ ମନ୍ଦିରକୁ ନିମନ୍ତ୍ରଣ କରାଯିବ। ଛତିଶଗଡ଼ରେ ପୁରୁଣା ବସ୍ତି ରାୟପୁରର ମା’ ସମଲେଶ୍ୱରୀ ମନ୍ଦିର, ଚମ୍ପାର ମା’ ସମଲେଶ୍ୱରୀ ମନ୍ଦିର, ଜାଞ୍ଜଗିରି ଚମ୍ପା ଓ ମା’ ଚନ୍ଦ୍ରହାସିନୀ ମନ୍ଦିରକୁ ନିମନ୍ତ୍ରଣ କରାଯିବ।

Comments are closed.