ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଅଧା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ରାଜ୍ୟ ସରକାରଙ୍କ ସବୁ ଅଫିସ ଛୁଟି ରହିବ । ରାଜସ୍ୱ ଓ ଏକଜିକ୍ୟୁଟିଭ ମାଜିଷ୍ଟେରିଆଲ୍ କୋର୍ଟ ମଧ୍ୟ ଅଧା ଛୁଟି ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨କୁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ସେହିଦିନ କେନ୍ଦ୍ର ସରକାରଙ୍କ ଅଧୀନ ସମସ୍ତ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ । ସରକାରଙ୍କ ତରଫରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି ।

Comments are closed.