ଡଙ୍ଗା ବୁଡ଼ି ୧୨ ଛାତ୍ରଙ୍କ ସହ ୧୪ ମୃତ

ବଡୋଦରା: ଗୁଜୁରାଟର ବଡୋଦରା ହରଣୀ ହ୍ରଦରେ ଡଙ୍ଗା ବୁଡ଼ି ୧୨ ଛାତ୍ରଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ପ୍ରାଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବଡୋଦରା ପୋଲିସ କମିଶନର ଅନୁପମ ସିଂ ଗେହଲୋଟ୍ କହିଛନ୍ତି, “ଡଙ୍ଗାରେ ଏକ ଘରୋଇ ସ୍କୁଲର ୨୩ ଜଣ ପିଲା ଏବଂ ୪ ଜଣ ଶିକ୍ଷକ ଥିଲେ। ଏମାନେ ସବୁ ହରଣୀ ହ୍ରଦ ବୁଲିବାକୁ ଆସିଥିଲେ । ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ରୁ ୭ ଜଣଙ୍କ ତଲାସି ଜାରି ରହିଛି |
ଉଦ୍ଧାର ପିଲାମାନଙ୍କୁ ନିକଟସ୍ଥ ସାୟାଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଡଙ୍ଗାରେ ବସିଥିବା ଛାତ୍ରମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ। ଏହାଛଡ଼ା କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଥିଲେ । ତେଣୁ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.