ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର – ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତେମ୍‌ଜେଙ୍ଗ ୱାପଙ୍ଗ ଆଓଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ସଚିବ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀକାନ୍ତ ପୃଷ୍ଟିଙ୍କୁ ହେଲେ ଉତ୍ତରାଞ୍ଚଳ ଆର୍‌ଡିସି ଦାୟିତ୍ବ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ବଦଳି କରାଯାଇଛି । ତାଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ନୂଆ ନିଯୁକ୍ତି ଦିଆଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ହୋଇଛନ୍ତି।

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ବଦଳି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ବିଜୟ କୁମାର ଦାଶଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଚଞ୍ଚଳ ରାଣାଙ୍କୁ ନୂଆ ଖୋର୍ଦ୍ଧା ଜିଲ୍ଲାପାଳ କରାଯାଇଥିବା ବେଳେ ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି। ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ନିଯୁକ୍ତ କରାଯାଇଛି।
ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି।

କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ କରାଯାଇଛି । ଲିଙ୍ଗରାଜ ପଣ୍ଡାଙ୍କୁ ସମବାୟ ବିଭାଗ ଯୁଗ୍ମ ସଚିବ କରାଯାଇଛି। ଅମ୍ରିତ ଋତୁରାଜ ହୋଇଛନ୍ତି ନୂଆ ଶ୍ରମ କମିଶନର । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବଦଳି କରାଯାଇ ବୟନ ଶିଳ୍ପ ଯୁଗ୍ମ ସଚିବ କରାଯାଇଛି। ବିଶାଲ ସିଂହ ଦେବ ହୋଇଛନ୍ତି କେନ୍ଦୁଝରର ନୂଆ ଜିଲ୍ଲାପାଳ । ସେହିପରି ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। କୀର୍ତ୍ତି ଭାସନ ହୋଇଛନ୍ତି କୋରାପୁଟର ନୂଆ ଜିଲ୍ଲାପାଳ । ସୂର୍ଯ୍ୟବଂଶୀ ମୟୂର ବିକାଶ ହୋଇଛନ୍ତି କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ । ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁରର ନୂଆ ଜିଲ୍ଲାପାଳ ହୋଇଛନ୍ତି। ଆଦିତ୍ୟ ଗୋୟଲ ବରଗଡ଼ ଜିଲ୍ଲାପାଳ ଓ
ଅନ୍ୟା ଦାସ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ମନୋଜ ସତ୍ୟବାନ ମହାଜନ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ ହୋଇଛନ୍ତି। ଗୌରବ ଶିବାଜୀ ଈଶ୍ୱରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ କରାଯାଇଥିବା ବେଳେ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ରାଉରକେଲା ମହାନଗର ନିଗମ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ମଧୁମିତା ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର ।

ବିଭୁତି ଭୂଷଣ ନାୟକ ହୋଇଛନ୍ତି ମୟୂରଭଞ୍ଜ ଏଡିଏମ୍‌ । ଧିନା ଦସ୍ତିଦାର ଗଂଜାମ ଓ ରୀନା ପ୍ରଧାନ ବାଲିଗୁଡ଼ା ଉପଜିଲ୍ଲାପାଳ ହୋଇଛନ୍ତି। ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଓ କିରଣଦୀପ କୌଣ ସହୋଟାଙ୍କୁ ଗୁଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ରେହାନ ଖତ୍ରୀ ଟିଟିଲାଗଡ଼ ଓ ଧିମାନ ଚକମା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ବିମଳେନ୍ଦୁ ରାୟ ଇପିଏମ୍‌ ନିର୍ଦ୍ଦେଶକ ହୋଇଥିବା ବେଳେ ନୃସିଂହ ଚରଣ ସ୍ୱାଇଁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି। ନରହରି ସେଠୀଙ୍କୁ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

Comments are closed.