ବୌଦ୍ଧ -କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ -ମାଓବାଦୀ ଗୁଳି ବିନିମୟ 

ବୌଦ୍ଧ – ବୌଦ୍ଧ -କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ନଳିକୁମ୍ପା ଜଙ୍ଗଲରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ୨୫ରୁ ୩୦ ମାଓବାଦୀ ପୋଲିସ ସହ ସଂଘର୍ଷ କରିଥିଲେ । ଜବାବୀ ଗୁଳିଚାଳନା ପରେ ସେମାନେ ଶିବିର ଛାଡି ପଳାୟନ କରିଛନ୍ତି । ପୋଲିସ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ବହୁ ପରିମାଣରେ ଲ୍ୟାଣ୍ଡମାଇନ ଓ ବିସ୍ଫୋରକ ଜବତ କରିଛି।

Comments are closed.