ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା, ୨୬ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର – ରାଜ୍ୟରେ ଅନେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଜାରି ରହିଛି। କିଛି ସ୍ଥାନରେ କୁହୁଡି ବି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଛି । ତେବେ ଏଭଳି ସ୍ଥିତି ଆଜି ଓ ଆସନ୍ତାକାଲି ବି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ହାଲୁକା ବର୍ଷା ହୋଇଛି । ଗୁରୁଚାପ ବଳୟର ପ୍ରଭାବ ଯୋଗୁଁ ରାଜ୍ୟରେ ପାଗ କୋହଲା ରହିଛି । ଉତ୍ତର ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି ।

୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଶୀତ ସାମାନ୍ୟ ବୃଦ୍ଧି ପାଇବ ।

Comments are closed.