ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ପାଇବେ ପଦ୍ମ ପୁରସ୍କାର

ବରଗଡ଼: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ୨୦୨୪ ବର୍ଷ ଲାଗି ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ । ସେଥିମଧ୍ୟରୁ ବରଗଡ଼ ଜିଲ୍ଲାର ଜଣେ ପ୍ରଖ୍ୟାତ ଗୁରୁଙ୍କୁ ଏହି ସମ୍ମାନ ମିଲିବା ନେଇ ସୂଚନା ପ୍ରକାଶ ପାଇଛି । ସେ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ କଳାର ଗ୍ରାମ ଭାବରେ ପରିଚିତ କୁମ୍ଭାରୀ ଗ୍ରାମର ଲୋକ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ।

ଶବ୍ଦ ନୃତ୍ୟ ( ଲୋକ ନୃତ୍ୟ ) ପାଇଁ ବରଗଡ଼ ବରପାଲି ବ୍ଳକ କୁମ୍ଭାରୀ ଗ୍ରାମର ୮୫ ବର୍ଷୀୟ ଭାଗବତ ପ୍ରଧାନ ପାଇବେ ପଦ୍ମଶ୍ରୀ । ସେ ବିଭିନ୍ନ ମନ୍ଦିରରେ ଲୋକ ନୃତ୍ୟ କରି ଗୌରବ ଆଣିଛନ୍ତି । ଭାଗବତ ୫ ଦଶନ୍ଧି ୪୦ ମହାଦେବ ନୃତ୍ୟ କରି ଆସୁଛନ୍ତି । ଶବ୍ଦ ନୃତ୍ୟକୁ ବଞ୍ଚାଇ ରଖିବା ଲାଗି ଭାଗବତ ୬୦୦ରୁ ଅଧିକ ଜଣଙ୍କୁ ଶିକ୍ଷା ଦେଇଛନ୍ତି । ୧୯୬୦ ମସିହାରେ ଭାଗବତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ଆର୍ଥିକ ଦୁଃସ୍ଥିତି ଆସିଥିଲେ ବି ସେ ଭାଙ୍ଗି ନ ପଡ଼ି ଶବ୍ଦ ନୃତ୍ୟକୁ ଗୁରୁତ୍ଵ ଦେଇ ଆସିଥିଲେ । ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭାରୀ ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଶ୍ରୀ ପ୍ରଧାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Comments are closed.