ପ୍ରଥମ ଟେଷ୍ଟ: ଭାରତର ସ୍ଥିତି ମଜଭୁତ କଲେ ରାହୁଲ, ଜାଡେଜା, ୧୭୫ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ବିକେଟ୍ ହରାଇ ୪୨୧ ରନ୍ କରିଛି । ଏଥିସହ ଭାରତ ଏଯାବତ୍ ୧୭୫ ରନରେ ଅଗ୍ରଣୀ ହାସଲ କରିବା ସହ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି |

ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୮୧ ଓ ଅକ୍ଷର ପଟେଲ ୩୫ ରନ୍ କରି ଅପରାଜିତ ଅଛନ୍ତି। ଉଭୟ ଅଷ୍ଟମ ୱିକେଟରେ ଏଯାବତ୍ ଅବିଭକ୍ତ ୬୩ ରନ୍ ଯୋଡି ସାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାହୁଲ ୮୬, ଯଶସ୍ବୀ ଜୈସୱାଲ ୮୦ ଓ କେଏସ୍ ଭାରତ ୪୧ ରନ୍ କରିଥିଲେ ।

ଦ୍ବିତୀୟ ଦିନରେ ଭାରତ ଏହାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୧୧୯/୧ରୁ ଆଗକୁ ଖେଳିଥିଲା । ହେଲେ ଭାରତ ସେଟ୍ ବ୍ୟାଟ୍ସମ୍ୟାନ୍ ଯଶସ୍ବୀଙ୍କ ଓ୍ବିକେଟ୍ ହରାଇଥିଲା । ସେ ତାଙ୍କ ପ୍ରଥମ ଦିନର ବ୍ୟକ୍ତଗତ ସ୍କୋରରେ ଆଉ ମାତ୍ର ୪ ରନ୍ ଯୋଗ କରିବା ପରେ ଆଉଟ୍ ହୋଇଥିଲେ । ଶୁଭମାନ ଗିଲ୍ ୨୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ହେଲେ ରାହୁଲ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲା । ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୪୬ ରନରେ ଅଲ୍ଆଉଟ୍ ହୋଇଥିଲା ।

Comments are closed.