ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ପାରମ୍ପରିକ ରୀତିରେ ପୁଷ୍ୟାଭିଷେକ ନୀତି ସମ୍ପର୍ଣ୍ଣ

ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ରାଷ୍ଟ୍ରର କଲ୍ୟାଣ ପାଇଁ ପୂଜା ଅର୍ଚ୍ଚନା କରାଯାଇଛି।

ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ପଞ୍ଚଦେବତା ପୂଜା ସହିତ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ରାମଭିଷେକ ନୀତି ପରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ସମ୍ପର୍ଣ୍ଣ ହୋଇଥିଲା । ଷୋଳ ଶାସନ, 32କରବାଡ଼ ବ୍ରାହ୍ମଣ ଓ ପଣ୍ଡିତମାନେ ପରମ୍ପରା ଅନୁଯାୟୀ ନଡ଼ିଆ, ପଇତା ଆଦି ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ ।

ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣମାନେ ଆଶିଷ ମଧ୍ୟ ଦେଇଛନ୍ତି ।

ଏଥିପାଇଁ ଶ୍ରୀନହରରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ମଙ୍ଗଳ କାମନା କରାଯାଇଥିଲା।

ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଦେବାଭିଷେକ ନୀତି ସହ ପରଂପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଥିଲା। ପୌଷ ପୁର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରଂପରା ଏବେ ବି ଚାଲୁ ରହିଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ।
ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରଂପରିକ ଗଜପତିଙ୍କ ପୋଷାକରେ ରାଜ ସିଂହାସନରେ ବସିବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। ଏହି ଉତ୍ସବ ପାଇଁ ଶ୍ରୀନହର ଚଳଚଞ୍ଚଳ ହୋଇ ଉଠିଥିଲା।

ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣ ମାନେ ଗଜପତିଙ୍କୁ ପଇତା ଦାନ କରି ଆର୍ଶୀବାଦ ପ୍ରଦାନ କରିଥିଲେ। ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ। ପରେ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ଦେଇଥିଲେ। ଏହା ପରେ ଗଜପତିଙ୍କ ରାଜାଭିଷେକ ପର୍ବ ସଂପର୍ଣ୍ଣ ହୋଇଥିଲା। ଅଭିଷେକ ଉତ୍ସବ ପରେ ଆଗନ୍ତୁକ ଅତିଥି ମାନଙ୍କୁ ଶ୍ରୀ ନହର ପକ୍ଷରୁ ମହାପ୍ରସାଦରେ ଆପ୍ୟାୟିତ କରାଯାଇଥିଲା।

Comments are closed.