ଦେବଗଡରେ ହାତୀଦାନ୍ତ କାରବାର ଚାଲିଥିଲା ବେଳେ ୩ ଜଣ ଗିରଫ

ଦେବଗଡ଼ – ହାତୀଦାନ୍ତ ଡିଲ୍ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛିବନ ବିଭାଗ । ଦେବଗଡ ବନଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ଖବର ପାଇ ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଜଣେ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି।

Comments are closed.