ଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା

ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟ ରେ କହୁଛନ୍ତି ;-

ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ।

ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ ଭୋଗ କରୁଥିବା ମାୟିକ ଜଗତର ଜୀବମାନଙ୍କ ପ୍ରତି ଅନୁଭବ କରିଥାଆନ୍ତି । ଅନ୍ୟଟି ଭୌତିକ ଅନୁକମ୍ପା, ଯାହା ଆମ୍ଭମାନଙ୍କ ପରି ମାୟିକ ଜୀବ ଅନ୍ୟର କଷ୍ଟ ଦେଖି ଅନୁଭବ କରିଥାଏ । ଭୌତିକ ଅନୁକମ୍ପା ଏକ ମହତ୍ ଭାବନା ଅଟେ, କିନ୍ତୁ ତାହା ଉଚିତ୍ ଦିଗରେ ନିର୍ଦ୍ଦେଶିତ ହୋଇ ନ ଥାଏ । ଏହା ଏପରି ଅଟେ ଯେପରି ଗୋଟିଏ କାର୍‌ରେ ବସି କୌଣସି ସ୍ଥାନକୁ ଯିବା ସମୟରେ ଆମେ କ୍ଷୁଧାତୁର କାର୍ ଚାଳକ ପ୍ରତି ଦୃଷ୍ଟି ନ ଦେଇ କାର୍‌ର ଭଲ ମନ୍ଦ ପ୍ରତି ଚିନ୍ତିତ ରହିଥାଉ । ଅର୍ଜୁନ ଏହି ଦ୍ୱିତୀୟ ପ୍ରକାରର ମନୋଭାବ ପୋଷଣ କରୁଛନ୍ତି । ସେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ତାଙ୍କ ଶତ୍ରୁମାନଙ୍କ ପ୍ରତି ଏହି ଭୌତିକ ଅନୁକମ୍ପାରେ ଗ୍ରସିତ ହୋଇପଡ଼ିଛନ୍ତି । କିନ୍ତୁ ଅର୍ଜୁନ ଯେପରି ଦୁଃଖ ଏବଂ ନିରାଶାରେ ଅଭିଭୂତ ହୋଇ ପଡ଼ିଛନ୍ତି, ବାସ୍ତବରେ ଅନୁକମ୍ପାର ପ୍ରାର୍ଥୀ ସେ ହିଁ ଅଟନ୍ତି । ତେଣୁ ତାଙ୍କର ଅନ୍ୟ ପ୍ରତି ସଦୟ ହେବାର ଭାବନା ଅର୍ଥହୀନ ଅଟେ।

Comments are closed.