ଆଜି ସଙ୍କଟ ଗଣେଶ ଚତୁର୍ଥୀ ବ୍ରତ, ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ଏହି ବ୍ରତ ରଖାଯାଏ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ୨ ଟି ଚତୁର୍ଥୀ ତିଥି ପଡିଥାଏ l ଗୋଟିଏ କୃଷ୍ଣ ପକ୍ଷରେ ଓ ଆଉ ଗୋଟିଏ ଶୁକ୍ଳ ପକ୍ଷରେ l କୃଷ୍ଣ ପକ୍ଷର ଚତୁର୍ଥୀ ତିଥି କୁ ସଙ୍କଟ ଚତୁର୍ଥୀ ବୋଲି କୁହାଯାଏ ଓ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି କୁ ବିନାୟକ ଚତୁର୍ଥୀ କୁହାଯାଇ ଥାଏ l ଏହି ୨ ଟି ତିଥି ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ l

ସଙ୍କଟ ଚତୁର୍ଥୀ ବ୍ରତର ମହତ୍ୱ -: ସଙ୍କଟ ଚତୁର୍ଥୀ ବ୍ରତ ସମସ୍ତ କାର୍ଯ୍ୟ ରେ ସିଦ୍ଧି ଆଣିଥାଏ l ଏହିଦିନ ଯେଉଁ ବ୍ୟକ୍ତି ବ୍ରତ କରି ଥାଆନ୍ତି ସେମାନେ ଜୀବନ ରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି କରି ଥାଆନ୍ତି l ଏହାଛଡ଼ା ଏହି ବ୍ରତ ଯିଏ ଧାରଣ କରନ୍ତି ସେମାନେ ଋଣ ମୁକ୍ତ ହୋଇ ଥାଆନ୍ତି l

ଏହି ବ୍ରତ ଗଣପତି ସିଧି ବିନାୟକ ଙ୍କ ନିକଟରେ ପାଳିତ ହୋଇଥାଏl ବ୍ରତଧରିମାନେ ନିଜ ମନ- ସ୍କାମନା ପୂରଣ ପାଇଁ ଗୋଟେ ଗୋଟା ଗୁଆ ଓ ଦୁବ କୁ ଗୋଟିଏ ନାଲି କପଡା ରେ ବାନ୍ଧି ଗଣେଶ ଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

ଆଜିର ଦିନରେ ଗୋ ମାତା ଙ୍କୁ ଅରୁଆ ଚାଉଳ ସହିତ ଘାସ ଖାଇବାକୁ ଦିଅନ୍ତୁ l ଏପରି କରିବା ଦ୍ୱାରା ବ୍ରତ ଧାରୀ ଙ୍କ ଜୀବନ ସୁଖମୟ ହୋଇଥାଏ l

ଯଦି ଆପଣ ଆଜିର ଦିନରେ ଗଣପତି ଙ୍କ ର “ଓଁ ଗଂ ଗଣପତୟେ ନମଃ ” ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଘରର ସଦସ୍ୟ ରୋଗ ମୁକ୍ତ ରହିବେ ଓ ଜୀବନ ସୁଖମୟ ହେବ l

ଗଣପତି ହେଉଛନ୍ତି ଦୟାଳୁ , ତେଣୁ ତାଙ୍କୁ ଖୁବ ସହଜ ରେ ସନ୍ତୁଷ୍ଟ କରିହୁଏ l ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜିର ଦିନରେ ତାଙ୍କ ନିକଟରେ ଘିଅ ଓ ମହୁ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବ ଓ ଧନ ବୃଦ୍ଧି ହେବ l

Comments are closed.