ନୂଆ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ନେଲେ ଜୟନାରାୟଣ ପଙ୍କଜ

ବ୍ରହ୍ମପୁର – ନୂଆ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଭାବେ ଜୟନାରାୟଣ ପଙ୍କଜ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ସତ୍ୟବ୍ରତ ଭୋଇଙ୍କ ସ୍ଥାନ ନେଇଛନ୍ତି। ଗତ ସପ୍ତାହରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଥିଲେ ।

ଏହି ପ୍ରକ୍ରିୟାରେ ପୂର୍ବରୁ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଏସଟିଏଫର ଅପରାଧ ଶାଖା ଆଇଜି ଜେଏନ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ ଏସଟିଏଫ ଓ ଇଓଡବ୍ଲ୍ୟୁର ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଥିଲା। ଦାୟିତ୍ଵ ଗ୍ରହଣ ବେଳେ ଗଞ୍ଜାମ ଏସପି ଜଗମୋହନ ମୀନା ଏବଂ ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ ମଧ୍ୟ ଉପସ୍ଥିତ ଥିଲେ।

Comments are closed.