ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ

ଭୁବନେଶ୍ୱର – ବରିଷ୍ଠ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ରେଲୱେ ଓ ଉପକୂଳ ସୁରକ୍ଷା ଏଡିଜିପି ଥିବା ଦୟାଲ ଗଙ୍ଗୱରଙ୍କୁ ବଦଳି କରାଯାଇ ଆଧୁନିକୀକରଣ ଏଡିଜିପି ଭାବେ ଅବସ୍ଥାପିତ କରାଯାଇଛି। ବର୍ତ୍ତମାନ ଆଧୁନିକୀକରଣ ଏଡିଜିପି ଥିବା ରାଜେଶ କୁମାରଙ୍କୁ ରେଲୱେ ଓ ଉପକୂଳ ସୁରକ୍ଷା ଏଡିଜିପି ଭାବେ ବଦଳି କରାଯାଇଛି। ଏଥିସହ ସେ ଏସଏଫ୍ଏସଏଲର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ବର୍ତ୍ତମାନ ରାଜ୍ୟ ସଶସ୍ତ୍ର ପୋଲିସର ଡିଆଇଜି ଥିବା ଅବିନାଶ କୁମାରଙ୍କୁ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ବର୍ତ୍ତମାନ ଅତିରିକ୍ତ ପୋଲିସ କମିଶନର ଥିବା ବ୍ରିଜେଶ ରାୟଙ୍କୁ ପୋଲିସ ଗୁଇନ୍ଦା ସୁରକ୍ଷା ଶାଖାର ଡିଆଇଜି ଭାବେ ବଦଳି କରାଯାଇଛି।

Comments are closed.