ବଜେଟ ୨୦୨୪ : ଆୟକର ସ୍ଲାବ୍ ଅପରିବର୍ତ୍ତିତ, ବେତନଭୋଗୀଙ୍କ ପାଇଁ ଆଶ୍ୱସ୍ତି ନାହିଁ 

ନୂଆଦିଲ୍ଲୀ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ବେତନଭୋଗୀଙ୍କ ପାଇଁ କୌଣସି ଆଶ୍ୱସ୍ତି ଦିଆଯାଇନାହିଁ। ଏଥର ବଜେଟରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆୟୁଷ୍ମାନ ଯୋଜନାରେ ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ ସାମିଲ କରାଯିବ । ଦେଶରେ ତିନିଟି ନୂଆ ରେଳ କରିଡ଼ର ନିର୍ମାଣ କରାଯିବ । ପ୍ରତିରକ୍ଷା ବଜେଟରେ ୧୧ ଦଶମିକ ୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି।

ସର୍ଭିକଲ କ୍ୟାନ୍ସର ପ୍ରତିରୋଧକ ଟୀକାକରଣ ପାଇଁ ବଜେଟରେ ଘୋଷଣା କରାଯାଇଛି। ‘ରୁଫଟପ ସୋଲାର ସ୍କିମ୍’ ଯୋଜନାରେ କୋଟିଏ ଘରକୁ ପ୍ରତିମାସରେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ । ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ । ବନ୍ଦେ ଭାରତ ଶୈଳୀରେ ୪୦ ହଜାର ନୂଆ ରେଳ କୋଚ୍ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସନ୍ତା ୫ ବର୍ଷରେ ଦୁଇ କୋଟି ଘର ନିର୍ମାଣ କରାଯିବ।

Comments are closed.