ଶନିଦେବ କିଏ….ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ଶନିଦେବ କିଏ….ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ :- ଶନିଦେବଙ୍କ ନାମ ଶୁଣିଲେ ପ୍ରାୟ ସମସ୍ତେ ଭୟ କରିଥାନ୍ତି; କିନ୍ତୁ ଶନି କେବଳ କର୍ମଫଳ ଦାତା; ସେ ମୋକ୍ଷ ପ୍ରାପ୍ତିର ମାର୍ଗ; ପ୍ରକୃତିକୁ ସନ୍ତୁଳନ ପାଇଁ ପ୍ରତି ପ୍ରାଣୀ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିଥାନ୍ତି; ଅନୁଚିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସେ ଉଚିତ ଦଣ୍ଡ ଦେଇଥାନ୍ତି; ଯେଉଁ ବ୍ୟକ୍ତି ତାର ଆଚାର ବ୍ୟବହାରରେ ସନ୍ତୁଳନ ରକ୍ଷା କରିଥାଏ, ସେ ତାଙ୍କ ପ୍ରତି ପ୍ରସନ୍ନ ହୋଇଥାନ୍ତି।

ବ୍ରହ୍ମପୁରାଣ ଅନୁଯାୟୀ ସେ ଚିତ୍ରରଥଙ୍କ କନ୍ୟା ତେଜସ୍ୱିନୀକୁ ବିବାହ କରିଥିଲେ; ତାଙ୍କ ପତ୍ନୀ ଏକଦା ପୁତ୍ର ପ୍ରାପ୍ତି ଇଚ୍ଛା କରିଥିବାରୁ ତାଙ୍କ ସହ ମିଳନ ପାଇଁ ଶନିଦେବଙ୍କ ପାଖେ ଯାଇ ପହଁଚିଲେ; କିନ୍ତୁ ଶନିଦେବ ବିଷ୍ଣୁଙ୍କ ଆରାଧନାରେ ନିମଗ୍ନ ଥିଲେ; ତାଙ୍କ ପତ୍ନୀ ଅପେକ୍ଷା କରି ଥକିଗଲେ; ତାଙ୍କ ପତ୍ନୀଙ୍କ ଋତୁଚକ୍ର ସମାପ୍ତ ହୋଇଗଲା; ତେଣୁ ତାଙ୍କ ପତ୍ନୀ କ୍ରୁଦ୍ଧ ହୋଇ ଶନିଦେବଙ୍କୁ ଅଭିଶାପ ଦେଲେ ଯେ ଯେଉଁ ବ୍ୟକ୍ତି ଉପରେ ସେ ସିଧା ଦୃଷ୍ଟି ଦେବେ ତାର ସର୍ବନାଶ ହେବ; କିନ୍ତୁ ପରେ ତାଙ୍କ ପତ୍ନୀ ଅନୁତାପ କରିଥିଲେ; ସେହି ଦିନ ଠାରୁ ଶନିଦେବ ସର୍ବଦା ତାଙ୍କ ମସ୍ତକକୁ ନୁଆଇଁ ରଖିଲେ; କାରଣ ସେ ଚାଁହୁନଥିଲେ ଯେ ତାଙ୍କ ଦୃଷ୍ଟି କାହାର ବିନାଶ କରୁ; ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ଶିବଙ୍କ ଉପରେ ଶନିଦେବଙ୍କ ଦୃଷ୍ଟି ପଡିବାରୁ ସେ ବୃଷଭ ହୋଇ ବଣଜଙ୍ଗଲରେ ବୁଲିଥିଲେ; ରାବଣ ଉପରେ ତାଙ୍କ ଦୃଷ୍ଟି ପଡିବାରୁ ସେ ମରଣ ମୁଁହକୁ ଯାଇଥିଲା; କିନ୍ତୁ ହନୁମାନଙ୍କ ଭକ୍ତଙ୍କ ଉପରେ ଶନିଦେବଙ୍କ ଦୃଷ୍ଟିର କୌଣସି ପ୍ରଭାଵ ପଡ଼ିନଥାଏ

ଶନି ହେଉଛନ୍ତି ନ୍ୟାୟାଧୀଶ; ଯିଏ ସମାଜର କୌଣସି ଅପରାଧ କରିଥାଏ ତେବେ ଶନିଙ୍କ ଆଦେଶ ଅନୁଯାୟୀ ରାହୁ-କେତୁ ତାକୁ ଦଣ୍ଡ ଦେବାକୁ ସକ୍ରିୟ ହୋଇଯାନ୍ତି; କାରଣ ରାହୁ-କେତୁ ଗ୍ରହ ହେଉଛନ୍ତି ପ୍ରଶାସକ; ଯଦି ସେହି ବ୍ୟକ୍ତି ତାର ଚାଲିଚଳନ ଠିକ ରଖେ, ସର୍ବଦା ସତ୍ୟ କୁହେ, ଅନ୍ୟାୟ କରେନି ତେବେ ସେ ବ୍ୟକ୍ତିର ଦଣ୍ଡ ଅବଧିକୁ ଶନି କମେଇବାର ସକ୍ଷମତା ରଖିଥାନ୍ତି ।

ଶନିଦେବ ମଦମାଂସ, ନିଶାଦ୍ରବ୍ୟ ସେବନ, ଜୁଆ ଖେଳିବା, ମିଥ୍ୟା କଥା କହି ବିଭ୍ରାନ୍ତ କରାଇବା, ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରିବା, ଅନ୍ୟର ଅଜଣାତରେ ତା ବିରୁଦ୍ଧରେ ଷଡଯନ୍ତ୍ର ରଚିବା, ଗୁରୁଜନଙ୍କୁ ଅପମାନ କରିବା, ସେବକ କିମ୍ବା ଭୃତ୍ୟଙ୍କୁ କଷ୍ଟ ଦେବା, ପରସ୍ତ୍ରୀକୁ କୁଦୃଷ୍ଟି, ନାରୀକୁ ଅପମାନ, ଈଶ୍ୱରଙ୍କ ବିରୁଦ୍ଧ କାର୍ଯ୍ୟ କରିବା, ଗାଈ, ମଇଁଷି, ସାପ, କୁକୁର, କାଉ ଆଦିଙ୍କୁ ହଇରାଣ କରିବା କିମ୍ବା ଅତ୍ୟାଚାର କରିବା ଇତ୍ୟାଦି କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ସେ କ୍ରୁଦ୍ଧ ହୋଇଥାନ୍ତି; ଏହାସହ ତାଙ୍କୁ କୁଦୃଷ୍ଟି ମଧ୍ୟ ଦେଇଥାନ୍ତି ଫଳରେ ସେ ଲୋକର ବିନାଶ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥାଏ ।

ଶନିଦେବଙ୍କ ମଥାରେ ମୁକୁତା, ଗଳାରେ ମାଳ ଓ ନୀଳ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି; ତାଙ୍କ ଶରୀର ଇନ୍ଦ୍ରନୀଳମଣୀ ସମାନ ହୋଇଥାଏ; କାଉ ତାଙ୍କ ବାହାନ; ତାଙ୍କ ହାତରେ ଧନୁ, ତ୍ରିଶୂଳ, ବାଣ ଧାରଣ କରିଥାନ୍ତି; ଶନିଦେବ ହେଉଛନ୍ତି ମୋକ୍ଷ, ତପସ୍ୱୀ; ଭୈରବ ହେଉଛନ୍ତି ଶନିଙ୍କ ଆରାଧ୍ୟ ଦେବତା; ଅନୁରାଧା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ଶନିଦେବ; ଶନିଦେବ ହେଉଛନ୍ତି ସୂର୍ଯ୍ୟଦେବ ଓ ଛାୟା ଦେବୀଙ୍କ ପୁତ୍ର; ତାଙ୍କ ଭଉଣୀ ହେଉଛନ୍ତି ଯମୁନା; ଛାୟାଦେବୀ ଗର୍ଭବତୀ ଥିବା ସମୟରେ ଶିବଙ୍କ ଆରାଧନାରେ ଲୀନ ରହିବାରୁ ତାଙ୍କ ଖାଦ୍ୟପେୟରେ ସନ୍ତୁଳନ ରହିନଥିଲା; ଫଳସ୍ୱରୂପ ଶନିଦେବଙ୍କ ଶରୀର ରଙ୍ଗ ଶ୍ୟାମଳ ପଡିଯାଇଥିଲା; ତେଣୁ ଶନିଙ୍କ ଶରୀର ରଙ୍ଗ ଶ୍ୟାମଳ ପଡିଯାଇଥିବାରୁ ସୂର୍ଯ୍ୟଦେବ ଛାୟାଦେବୀଙ୍କୁ ଆରୋପ କରି ତାଙ୍କୁ ପୁତ୍ର ହିସାବରେ ଗ୍ରହଣ କରିବାକୁ ମନା କରିଥିଲେ; ତେଣୁ ଶନିଦେବ ଶିବଙ୍କୁ ଆରାଧନା କରି ନିବେଦନ କଲେ ଯେ ତାଙ୍କ ଅପମାନର ପ୍ରତିଶୋଧ ସେ ନେବାକୁ ଚାହାନ୍ତି ଏବଂ ସୂର୍ଯ୍ୟଙ୍କ ଭଳି ସେ ମଧ୍ୟ ତେଜସ୍ୱି ହେବାକୁ ଚାହାନ୍ତି; ଶିବ ତାଙ୍କୁ ଆଶୀର୍ବାଦ କରି ବର ପ୍ରଦାନ କଲେ ଯେ ତାଙ୍କୁ ଗ୍ରହରାଜର ସ୍ଥାନ ମିଳିବ ଓ ସେ କର୍ମଫଳ ଦାତା ହିସାବରେ ସ୍ଥାନ ପାଇବେ ଅନୁଯାଇ ଉଚିତ ଦଣ୍ଡବିଧାନ କରିପାରିବେ I

ସୂର୍ଯ୍ୟ ପୁତ୍ର ଶନିଙ୍କ ବକ୍ର ଦୃଷ୍ଟି ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଥାଏ,ସେମାନଙ୍କ ଜୀବନ ସୁଖରେ ଭରିଯାଇଥାଏ । ଶନିଙ୍କ ଦେଢ଼୍ୟା ଓ ଶନିଙ୍କ ସାଡେ ସାତିରୁ ବଞ୍ଚିବା ବହୁତ ମୁସ୍କିଲ ହୋଇଥାଏ । ହେଲେ ନ୍ୟାୟଦେବ ଶନିଙ୍କ ଦୃଷ୍ଟି ଲୋକଙ୍କୁ କେବେ ବି ଅସୁବିଧାରେ ପକାଇ ନଥାଏ । ଶନିଦେବ ଯଦି ଥରେ କାହା ଉପରେ ଦୟା କରିବସନ୍ତି, ଖୁସି ଓ ସମ୍ପନ୍ନତା ଆପେ ଆପେ ତାଙ୍କ ଘରକୁ ଆସିଥାଏ । ଆଜି ଆସନ୍ତୁ ଜାଣିବା ଶନିଦେବ କେବେ ଓ କେଉଁ ଲୋକଙ୍କୁ ଅସୁବିଧାରେ ପକାଇ ନଥାନ୍ତି।

ଏହି ୬ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶନିଦେବ ଅସୁବିଧାରେ ପକାନ୍ତି ନାହିଁ:-

ଦାନ-ଧର୍ମ କାର୍ଯ୍ୟ 

ଯେଉଁ ବ୍ୟକ୍ତି ଗରିବ ଓ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଖରେ ଠିଆ ହୁଅନ୍ତି । ଦାନ ଧର୍ମ କାର୍ଯ୍ୟ କରିଥାନ୍ତି । ଶନିଦେବ ଏମିତି ଲୋକଙ୍କ ଉପରେ ସର୍ବଦା ନିଜ କୃପା ବନାଇ ରଖିଥାନ୍ତି । ବିଶେଷ କରି କଳା ଚଣା, ବିରି ଡାଲି, ତେଲ, କପଡା ଓ ଖାଇବା ସାମଗ୍ରୀ ଦାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି।

କୁକୁର ସେବା 

ଶନିଦେବ କୁକୁରର ସେବା କରୁଥିବା ବ୍ୟକ୍ତିଙ୍କ ଉପରେ କୃପା କରିଥାନ୍ତି । ବିଶେଷକରି କଳା କୁକୁରକୁ ରୁଟି କିମ୍ବା ଦୁଧ ଦେବା ଦ୍ୱାରା ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି । କୁକୁରକୁ ଶୋରିଷ ତେଲରେ ରୁଟି ବୁଡ଼ାଇ ଖୁଆଇବା ଦ୍ୱାରା ରାହୁ କେତୁ ଶାନ୍ତି ହୋଇଥାନ୍ତି।

ନଖ ନ ବଢ଼ାଇବା 

ନ୍ୟାୟ ପ୍ରିୟ ଶନିଦେବ ସଫା ସୁତୁରା ଉପରେ ଧ୍ୟାନ ଦେଇଥାନ୍ତି । ନଖ ବଢ଼ାଇବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାନ୍ତି।

ଶନିବାର ଉପବାସ

ଯେଉଁ ଲୋକ ଶନିବାର ଦିନ ଉପବାସ କରି ଦାନ ଧର୍ମ କରିଥାନ୍ତି, ତାଙ୍କ ଉପରେ ଶନି ସର୍ବଦା ଦୟା କରିଥାନ୍ତି । ଏମିତି ଲୋକଙ୍କ ଘରେ ଅନ୍ନ ଭଣ୍ଡାର କେବେ ସମାପ୍ତ ହୋଇ ନ ଥାଏ।

ଓସ୍ତ ଗଛର ପୂଜା

ଯେଉଁ ଲୋକ ଓସ୍ତ ଗଛର ପୂଜା କରନ୍ତି ବା ରୋପଣ କରନ୍ତି, ତାଙ୍କ ଉପରେ ଶନି କୃପା ସର୍ବଦା ବଜାୟ ରହିଥାଏ । ଶନିବାର ଦିନ ଏହି ଗଛ ମୂଳରେ ଶୋରିଷ ତେଲର ଦୀପ ଜଳାନ୍ତୁ। ଏହି ଉପାୟ କରୁଥିବା ବ୍ୟକ୍ତିଙ୍କ ଘର କେବେ ଅନ୍ଧାର ରହିନଥାଏ।

ପିତୃପୁରୁଷଙ୍କ ଶ୍ରାଦ୍ଧ

ଯେଉଁ ଲୋକ ଠିକ ସମୟରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିଅନ୍ତି, ଶନିଦେବ ପ୍ରସନ୍ନ ହୋଇକରି ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି ଶନିବାର ଦିନ ଅମାବାସ୍ୟା ପଡୁଥାଏ,ତେବେ ଏହି ଦିନ ପୂଜା ପାଇଁ ବହୁତ ଶୁଭ ହୋଇଥାଏ । ଏହି ଦିନ ଶନିଦେବଙ୍କୁ ତେଲ ଚଢ଼ାନ୍ତୁ । ଓସ୍ତ ଗଛରେ ପାଣି ଦେବା ଓ ଗଛ ପରିକ୍ରମା କରିବା ବହୁତ ଶୁଭ ହୋଇଥାଏ ।

Comments are closed.