ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦରେ କଡ଼ା ପଦକ୍ଷେପ

କଟକ -ଆସନ୍ତା ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଯେପରି ନହେବ, ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ। ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ପ୍ରଘଟ ହୁଏ, ତେବେ ସେହି ସ୍କୁଲର ପ୍ରଧାନଶିକ୍ଷକ ଦାୟୀ ରହିବେ । ଆବଶ୍ୟକ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

ପରୀକ୍ଷା କେନ୍ଦ୍ର ଭିତରକୁ କେହି ମୋବାଇଲ ନେଇପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କୁ ହିଁ ମୋବାଇଲ ନେବା ଅନୁମତି ରହିଛି ।

ସେହିଭଳି ପ୍ରଶ୍ନପତ୍ର ରହିିଥିବା ଆଲମାରୀ ଚାବି କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ପାଖରେ ରହିବ । ଏହାସହ ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ନୀରିକ୍ଷକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ।

Comments are closed.