ଓଡ଼ିଶାରେ ପ୍ରତିଷ୍ଠା ହେବ ମେଗା ବୈଦ୍ୟୁତିକ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ ଶିଳ୍ପ: ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଜେଏସଡବ୍ଲୁ 

ଭୁବନେଶ୍ବର – ଓଡ଼ିଶାରେ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଆଜି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର -ଏମଓୟୁ ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁସାରେ କଟକ ନରାଜରେ ପ୍ରତିଷ୍ଠା ହେବ ବିଦ୍ୟୁତ ଚାଳିତ ଗାଡ଼ି ପ୍ରକଳ୍ପ । ଉଭୟ ଗାଡି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଯନ୍ତ୍ରାଂଶ ନିର୍ମାଣ କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀକୁ ୯ ଶହ ଏକର ଜମି ଯୋଗାଇ ଦିଆଯାଇଛି । ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ୟାଟେରୀ ପାଇିଁ କମ୍ପାନୀ ଚିଲିରୁ କପର୍ ଓ ଅଷ୍ଟ୍ରେଲିଆରୁ ଲିଥିୟମ ଆଣିବ । ବ୍ୟାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି ପ୍ରକଳ୍ପ ଦ୍ୱାରା ୧୧ରୁ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Comments are closed.